ମିନିଗଳ୍ପର ସ୍ୱରୂପ ବିଚାର ଓ ଓଡ଼ିଆ ଗଳ୍ପରେ ତାର ପ୍ରଭାବ

Subject:Linguistics : Odia
Title:ମିନିଗଳ୍ପର ସ୍ୱରୂପ ବିଚାର ଓ ଓଡ଼ିଆ ଗଳ୍ପରେ ତାର ପ୍ରଭାବ
Author(s):ଡକ୍ଟର ଶ୍ରୀକାନ୍ତ କୁମାର ବାରିକ  & ଆଲୋକ ରଞ୍ଜନ ଷଡ଼ଙ୍ଗୀ
Published on:30th May 2026
Published by:Lyceum India
Name of the Journal:Lyceum India Journal of Social Sciences
ISSN/E-ISSN:3048-6513
Volume & Issue:Volume: 3, Issue: 7
Pages:57-63
Original DOI (if any):10.5281/zenodo.20391341
Repository DOI: 
Abstract:ଓଡ଼ିଆ ସାହିତ୍ୟରେ ମିନିସାହିତ୍ୟ ଏକ ଉଲ୍ଲେଖନୀୟ ପରୀକ୍ଷାମୂଳକ ଧାରା ଯାହା କ୍ଷୁଦ୍ର ଆୟତନ ଓ ସଂକ୍ଷିପ୍ତ ପରିସର ଭିତରେ ଗଭୀର ସମ୍ବେଦନା, ଜୀବନବୋଧ ଏବଂ ସମାଜ ଚେତନାର ପ୍ରକାଶ ଘଟାଇଥାଏ । ବିଂଶ ଶତାବ୍ଦୀର ସପ୍ତମ ଦଶକରେ (୧୯୭୦-୭୧) ଓଡ଼ିଶାରେ ମିନିପତ୍ରିକା ଆନ୍ଦୋଳନ ମାଧ୍ୟମରେ ଏହି ଧାରାର ଉନ୍ମେଷ ଘଟିଥିଲା । ପ୍ରକାଶନ ଅସୁବିଧା, ଆତ୍ମପ୍ରତିଷ୍ଠା, ବଙ୍ଗଳା ସାହିତ୍ୟର ପ୍ରଭାବ ଏବଂ ପାଶ୍ଚାତ୍ୟ ସାହିତ୍ୟାଦର୍ଶ ଏହି ଆନ୍ଦୋଳନର ମୂଳ କାରଣ ଥିଲା । ଏହି ପ୍ରବନ୍ଧରେ ମିନିପତ୍ରିକାର ଉତ୍ଥାନ, ପ୍ରଧାନ ମିନିପତ୍ରିକାଗୁଡ଼ିକର ତାଲିକା, ‘ମିନିଗଳ୍ପ’ ଶବ୍ଦର ଅର୍ଥ ନିର୍ଣ୍ଣୟ (‘ଅଣୁଗଳ୍ପ’ ବନାମ୍ ‘କୁନିଗଳ୍ପ’), ମିନିଗଳ୍ପର ସଂଜ୍ଞା, ସ୍ୱରୂପ ଓ ବିଶେଷତ୍ୱ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ମିନିଗଳ୍ପର କ୍ଷୁଦ୍ର ଆକାର, ତୀବ୍ର ଇଙ୍ଗିତଧର୍ମ, କାବ୍ୟିକ ଭାଷା, ଆତ୍ମାନୁଶୀଳନ, ସମାଜ ବିଦ୍ରୋହ ଏବଂ ଆକସ୍ମିକ ଆରମ୍ଭ-ସମାପ୍ତି ଏହାର ମୂଳ ବୈଶିଷ୍ଟ୍ୟ ବୋଲି ଚର୍ଚ୍ଚା କରାଯାଇଛି ।ଏହା ସହିତ କୃଷ୍ଣପ୍ରସାଦ ମିଶ୍ର, ଅଧ୍ୟାପକ ବିଶ୍ୱରଞ୍ଜନ, ପ୍ରକାଶ ପରିଡ଼ା, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ରବି ପଟ୍ଟନାୟକ ପ୍ରମୁଖ ଗାଳ୍ପିକଙ୍କ ରଚନା ଓ ଉଦାହରଣ ମାଧ୍ୟମରେ ଓଡ଼ିଆ ମିନିଗଳ୍ପର ପରମ୍ପରା ଓ ବିକାଶ ବିଶ୍ଲେଷଣ କରାଯାଇଛି । ସମସାମୟିକ ପ୍ରାସଙ୍ଗିକତା ଏବଂ ଭବିଷ୍ୟତ ସମ୍ଭାବନା ମଧ୍ୟ ଏହି ପ୍ରବନ୍ଧର ଅନ୍ତର୍ଭୁକ୍ତ ।
Keywords:ମିନିଗଳ୍ପ, ମିନିପତ୍ରିକା ଆନ୍ଦୋଳନ, ଓଡ଼ିଆ କ୍ଷୁଦ୍ରଗଳ୍ପ, ଅଣୁଗଳ୍ପ, ଆଙ୍ଗିକ, ପ୍ରତୀକ, ଚିତ୍ରକଳ୍ପ ।
 Download PDF

Leave a Reply