| Subject: | Linguistics : Odia |
| Title: | ଏକବିଂଶ ଶତାବ୍ଦୀର ଓଡ଼ିଆ ଉପନ୍ୟାସ: ଏକତ୍ର ସହବାସ ପ୍ରସଙ୍ଗ |
| Author(s): | ଯୁଗୀରାମ ପୁଟେଲ & ଡ. ଆଲୋକ ବରାଳ |
| Published on: | 30th March 2026 |
| Published by: | Lyceum India |
| Name of the Journal: | Lyceum India Journal of Social Sciences |
| ISSN/E-ISSN: | 3048-6513 |
| Volume & Issue: | Volume: 3, Issue: 4 |
| Pages: | 190-198 |
| Original DOI (if any): | 10.5281/zenodo.19294765 |
| Repository DOI: | |
| Abstract: | ସମୟ ବଦଳିବା ସହିତ ମଣିଷର ଚିନ୍ତା-ଚେତନାରେ ମଧ୍ୟ ପରିବର୍ତ୍ତନ ଦେଖାଦେଉଛି । ସାମ୍ପ୍ରତିକ ସମୟରେ ପାରମ୍ପାରିକ ବିବାହ ବ୍ୟବସ୍ଥା ସହିତ ସମ୍ପର୍କର ନୂତନ ଧାରା ଉଦ୍ଭାସିତ ହେଉଛି; ଯାହାକୁ ଇଂରାଜୀରେ ‘ଲିଭ୍ ଇନ୍ ରିଲେସନ୍ସିପ୍’ ବୋଲି କୁହାଯାଉଥିବା ବେଳେ ଓଡ଼ିଆରେ ‘ଏକତ୍ର ସହବାସ’ ବୋଲି କହିପାରିବା । ଉକ୍ତ ସମ୍ପର୍କରେ ଦୁଇଜଣ ପ୍ରେମୀ ବିବାହ ନକରି ସ୍ଵାମୀ-ସ୍ତ୍ରୀ ଭଳି ଜୀବନ ନିର୍ବାହ କରିଥାନ୍ତି । ଓଡ଼ିଶାର ସଂସ୍କୃତି, ପରମ୍ପରାରେ ଯଦିଓ ଏ ସମ୍ପର୍କ ସମ୍ପୂର୍ଣ୍ଣ ରୂପେ ଗ୍ରହଣଯୋଗ୍ୟ ହୋଇପାରିନାହିଁ ତଥାପି ଯୁବପିଢି ମଧ୍ୟରେ କ୍ରମଶଃ ଏହାର ଆଦୃତି ବଢିବାକୁ ଲାଗିଛି । ଯାହାର ପ୍ରଭାବ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ମଧ୍ୟ ଲକ୍ଷ୍ୟ କରାଯାଇ ପାରିବ । ଏ ଦୃଷ୍ଟିରୁ ବିଚାର କଲେ ପ୍ରବୀଣା ମହାନ୍ତିଙ୍କ ‘ନିବିଡ଼ ନିଃସ୍ଵନ’, ଜଗଦୀଶ ମହାନ୍ତିଙ୍କ ‘ଅଦୃଶ୍ୟ ସକାଳ’, ବୀଣା ମହାପାତ୍ରଙ୍କ ‘ହାଏ ଆମେରିକା’, ଦେବବ୍ରତ ଦାସଙ୍କର ‘ମାୟା’, ସରୋଜିନୀ ସାହୁଙ୍କର ‘ଦାଦନ’, ପ୍ରତିଭା ରାୟଙ୍କ ‘ଶେଷ ଈଶ୍ଵର’, ମନୋରମା ମିଶ୍ରଙ୍କର ‘ଲିଭ୍ଇନ୍’ ପ୍ରଭୃତି ଉପନ୍ୟାସରେ ଏହାର ଛବିକୁ ଅବଲୋକନ କରାଯାଇ ପାରିବ । |
| Keywords: | Live-in Relationship, ଏକତ୍ର ସହବାସ, ଯୌନ, ସମ୍ପର୍କ, ବିବାହ, ସ୍ଵେଚ୍ଛାଚାରୀ ଜୀବନ |
| | Download PDF |