| Subject: | Linguistics : Odia |
| Title: | ଏକବିଂଶ ଶତାବ୍ଦୀର ଓଡିଆ ଉପନ୍ୟାସ କଥନ: ‘କାହାଣୀ ଗୁମ୍ଫନ’ |
| Author(s): | ଅଶୋକ କୁମାର ନାଏକ & ଡ. ଆଲୋକ ବରାଳ |
| Published on: | 30th January 2026 |
| Published by: | Lyceum India |
| Name of the Journal: | Lyceum India Journal of Social Sciences |
| ISSN/E-ISSN: | 3048-6513 |
| Volume & Issue: | Volume: 3, Issue: 1 |
| Pages: | 196-207 |
| Original DOI (if any): | 10.5281/zenodo.18405224 |
| Repository DOI: | |
| Abstract: | ପ୍ରାଚୀନ ପରମ୍ପରାରେ ମନୁଷ୍ୟ ନିଜର ଅଭିଜ୍ଞତା ଓ ଅନୁଭୂତିକୁ ଅନ୍ୟମାନଙ୍କ ଆଗରେ ପରିବେଷଣ କରିବାର ପ୍ରକ୍ରିୟାରେ ମାଧ୍ୟମ କଲା କାହାଣୀକୁ। ଏହି କାହାଣୀ ଅନ୍ୟ ଏକ କାହାଣୀକୁ ନିଜ ଭିତରେ ସମାହିତ କରି କାହାଣୀ ମଧ୍ୟରେ କାହାଣୀ ଭଳି ଏକ ଅଭିନବ କୌଶଳ ପରବର୍ତ୍ତୀ ଲିଖିତ ସାହିତ୍ୟରେ ଗୁରୁତ୍ଵ ହୋଇଉଠିଥିଲା। ପାଶ୍ଚାତ୍ୟ ସାହିତ୍ୟରେ ଏହି କୌଶଳ ସାହିତ୍ୟକୁ ନୂତନ ଦୃଷ୍ଟିକୋଣ ଓ ବ୍ୟାଖ୍ୟା ପ୍ରଦାନ କରିଥିଲେ ମଧ୍ୟ ଭାରତୀୟ ସାହିତ୍ୟରେ ଏହାର ପ୍ରେକ୍ଷା ହେଲା ଭିନ୍ନ। ଏହି ଆଧାରରେ ଏକବିଂଶ ଶତାବ୍ଦୀର ଓଡିଆ ଉପନ୍ୟାସରେ ପୁଣି ଥରେ ଏହି କୌଶଳ ପାଶ୍ଚାତ୍ୟ ଓ ପ୍ରାଚୀନ ଭାରତୀୟ ସାହିତ୍ୟର ଆଧାରରେ ନିଜକୁ ସ୍ଵତନ୍ତ୍ର ରୂପେ ଉପସ୍ଥାପନ କଲା। ଓଡିଆ ଉପନ୍ୟାସରେ ଏହି କୌଶଳ ପ୍ରୟୋଗ ଖୁବ କମ ହେଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ଗୁଣଧର୍ମ ଆଧାରରେ ସତ୍ୟପ୍ରିୟ ମହାଳିକଙ୍କ ‘ଶୂନ୍ୟକାଳ’, ‘ନିଉଟୋପିଆ’ ସାରଦା ପ୍ରସାଦ ମିଶ୍ରଙ୍କ ‘ରୋଗର ନାଁ ଗଙ୍ଗଶିଉଳି’, ବିଚିତ୍ର ବିଶ୍ୱାଳଙ୍କ ‘ଅଧୁରା ପ୍ରେମ’ ଭଳି କିଛି ଉପନ୍ୟାସକୁ ପ୍ରତିନିଧି ସ୍ଥାନୀୟ ରୂପରେ ଏ ଆଲୋଚନା ଅନ୍ତର୍ଗତ କରାଯାଇଛି। ମୁଖ୍ୟତଃ କାହାଣୀଗୁମ୍ଫନ ବର୍ଣ୍ଣନାତ୍ମକ କୌଶଳକୁ ଏକବିଂଶ ଶତାବ୍ଦୀର ଓଡିଆ ଉପନ୍ୟାସରେ ପ୍ରୟୋଗ କରି ଓଡିଆ ଉପନ୍ୟାସ ଓ ସମାଲୋଚନା ଦିଗକୁ ନୂତନ ଦିଗଦର୍ଶନ ଦେବା ସକାଶେ ପ୍ରୋକ୍ତ ପ୍ରବନ୍ଧ ପ୍ରସ୍ତୁତ। |
| Keywords: | Frame Narration, Nested Narration, Narrative embedding, ଅଧିକଥା, କଥକ, ପେରୋଡି |
| | Download PDF |